1(କ) 'ଉତ୍କଳ ସଭା' ସମ୍ପର୍କରେ ଏକ ଟିପ୍ପଣୀ ଲେଖ।
୧୮୮୨ ଅଗଷ୍ଟ ୧୬ରେ କଟକରେ ମଧୁସୂଦନ ଦାସଙ୍କ ଉଦ୍ୟମରେ 'ଉତ୍କଳ ସଭା' ଗଠିତ ହେଲା। ଏହା ଓଡ଼ିଶାର ସର୍ବପ୍ରଥମ ସୁସଂଗଠିତ ରାଜନୈତିକ ଅନୁଷ୍ଠାନ। ପ୍ରଥମ ସଭାପତି ଚୌଧୁରୀ କାଶୀନାଥ ଦାସ ଓ ପ୍ରଥମ ସମ୍ପାଦକ ଗୌରୀଶଙ୍କର ରାୟ। ଏହାର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସ୍ୱାୟତ୍ତ ଶାସନ ଓ ଜନକଲ୍ୟାଣ କାର୍ଯ୍ୟକୁ ପ୍ରୋତ୍ସାହନ କରିବା।
2(ଖ) ଉତ୍କଳ ସମ୍ମିଳନୀ କିପରି ଜନ୍ମ ଲାଭ କଲା?
୧୯୦୩ ଗଞ୍ଜାମ ଜାତୀୟ ସଭାର ସଫଳତା ପରେ ମଧୁସୂଦନ ଦାସ କଟକରେ 'ଉତ୍କଳ ସଭା'ର ଏକ ବୈଠକ ଡାକି ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଏକ ବୃହତ୍ ଜାତୀୟ ଅନୁଷ୍ଠାନ ଗଠନ କରିବାକୁ ନିଷ୍ପତ୍ତି ନେଲେ, ଯାହାର ନାମ 'ଉତ୍କଳ ସମ୍ମିଳନୀ' ରଖାଗଲା। କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ ଏହାର ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ଓ ମଧୁସୂଦନ ଦାସ ସମ୍ପାଦକ ହେଲେ।
3(ଗ) ଉତ୍କଳ ସମ୍ମିଳନୀ ଗଠନରେ କେଉଁ ଗଡ଼ଜାତ ରାଜାମାନେ ମଧୁସୂଦନଙ୍କୁ ସକ୍ରିୟ ସହଯୋଗ କରିଥିଲେ?
ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ, ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଓ ବାଲେଶ୍ୱର ରାଜା ବୈକୁଣ୍ଠ ନାଥ ଦେ ଆଦି ଗଡ଼ଜାତ ରାଜା ଉତ୍କଳ ସମ୍ମିଳନୀ ଗଠନରେ ମଧୁସୂଦନ ଦାସଙ୍କୁ ସକ୍ରିୟ ସହଯୋଗ କରିଥିଲେ।
4(ଘ) ପ୍ରଥମ ଅଧିବେଶନରେ କେଉଁ ଅଞ୍ଚଳ ଓ ଲୋକ ଯୋଗ ଦେଇଥିଲେ ଏବଂ ମଧୁସୂଦନ କ'ଣ ଆହ୍ୱାନ ଦେଇଥିଲେ?
୧୯୦୩ ଡିସେମ୍ବର ୩୦-୩୧ କଟକ ପ୍ରଥମ ଅଧିବେଶନରେ ମାନ୍ଦ୍ରାଜ, କେନ୍ଦ୍ରୀୟ ପ୍ରଦେଶ ଓ ବଙ୍ଗର ଓଡ଼ିଆ ଅଞ୍ଚଳ ପ୍ରତିନିଧି, ୩୦ ଜଣ ଗଡ଼ଜାତ ରାଜା ତଥା ଜମିଦାର, ଆଇନଜୀବୀ, ସରକାରୀ କର୍ମଚାରୀ, ବ୍ୟବସାୟୀ ଓ ଛାତ୍ର ଯୋଗ ଦେଇଥିଲେ। ମଧୁସୂଦନ ସମସ୍ତ ଓଡ଼ିଆଙ୍କୁ ଭାଷାଗତ ଓ ସାମ୍ପ୍ରଦାୟିକ ଭେଦ ଭୁଲି ଉତ୍କଳର ଉନ୍ନତି ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ।
5(ଙ) ମଧୁସୂଦନ କାହିଁକି ଉତ୍କଳ ସମ୍ମିଳନୀ ତ୍ୟାଗ କଲେ ଏବଂ ପୁନଃସଂଗଠିତ ଉତ୍କଳ ସମ୍ମିଳନୀର କାର୍ଯ୍ୟ କ'ଣ ଥିଲା?
୧୯୨୦ ଚକ୍ରଧରପୁର ଅଧିବେଶନରେ ଉତ୍କଳ ସମ୍ମିଳନୀ କଂଗ୍ରେସର ଲକ୍ଷ୍ୟ-ଆଦର୍ଶ ଗ୍ରହଣ କରି କଂଗ୍ରେସ ସହ ମିଶିଗଲା ଓ ଏହାର ସ୍ୱତନ୍ତ୍ର ସତ୍ତା ଲୋପ ପାଇଲା। ମଧୁବାବୁ ଅସହଯୋଗ ଆନ୍ଦୋଳନ ବିରୋଧୀ ଥିବାରୁ ସେ ଉତ୍କଳ ସମ୍ମିଳନୀ ସହ ସମ୍ପର୍କ ତ୍ୟାଗ କଲେ।
ପୁନଃସଂଗଠିତ: ୧୯୨୪ରେ କଂଗ୍ରେସ ସହ ମିଶ୍ରଣ ବିରୋଧୀମାନେ ଉତ୍କଳ ସମ୍ମିଳନୀକୁ ପୁନର୍ବାର ସଂଗଠିତ କରି ବିଭିନ୍ନ କମିଶନଙ୍କୁ ଦାବିପତ୍ର ଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଉଦ୍ୟମ ଜାରି ରଖିଲେ।
6ସଂକ୍ଷିପ୍ତ ଉତ୍ତର। (କ) ଗଞ୍ଜାମ ଜାତୀୟ ସମିତି (ଖ) ବୃହତ୍ ଅନୁଷ୍ଠାନ ଆବଶ୍ୟକତା (ଗ) ୧୯୦୩ ଉତ୍କଳ ସଭା ବୈଠକ (ଘ) ପ୍ରଥମ ଅଧିବେଶନ ସଭାପତି/ସମ୍ପାଦକ (ଙ) ପ୍ରଥମ ଅଧିବେଶନ କେବେ/କେଉଁଠି
(କ) ୧୯୦୩ ଆରମ୍ଭରେ ଚିଲିକା ନିକଟ ରମ୍ଭାଠାରେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜଙ୍କ ପ୍ରେରଣାରେ 'ଗଞ୍ଜାମ ଜାତୀୟ ସମିତି' ଗଠିତ ହେଲା।
(ଖ) ଓଡ଼ିଶାର ବିଭିନ୍ନ ଅଞ୍ଚଳ ବିଭିନ୍ନ ଶାସନାଧୀନ ଥିବାରୁ, ସେସବୁକୁ ମିଶାଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଏକ ବୃହତ୍ ଜାତୀୟ ଅନୁଷ୍ଠାନ ଆବଶ୍ୟକ ବୋଲି ମଧୁବାବୁ ଅନୁଭବ କଲେ।
(ଗ) ୧୯୦୩ରେ ମଧୁସୂଦନ କଟକରେ 'ଉତ୍କଳ ସଭା'ର ସଭା ଡାକି 'ଉତ୍କଳ ସମ୍ମିଳନୀ' ଗଠନ କରିବାକୁ ନିଷ୍ପତ୍ତି ନେଲେ।
(ଘ) ମୟୂରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ସଭାପତି ଓ ମଧୁସୂଦନ ଦାସ ସମ୍ପାଦକ ମନୋନୀତ ହେଲେ।
(ଙ) ପ୍ରଥମ ଅଧିବେଶନ ୧୯୦୩ ଡିସେମ୍ବର ୩୦ ଓ ୩୧ରେ କଟକଠାରେ ଅନୁଷ୍ଠିତ ହୋଇଥିଲା।
7(ଚ) ଅନ୍ୟ ରାଜାମାନେ (ଛ) ପ୍ରଥମ ଅଧିବେଶନ ପ୍ରସ୍ତାବ (ଜ) ଅଷ୍ଟମ ଅଧିବେଶନ (ଝ) ଦଶମ ଅଧିବେଶନ (ଞ) ୧୯୧୨ ଅଧିବେଶନ
(ଚ) ଖଲ୍ଲିକୋଟ, କନିକା ଓ ମୟୂରଭଞ୍ଜ ରାଜାଙ୍କ ବ୍ୟତୀତ ଢେଙ୍କାନାଳ ରାଜା ସୁରପ୍ରତାପ ମହେନ୍ଦ୍ର ବାହାଦୁର, କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଦେଓ, ଆଠଗଡ଼ ରାଜା ବିଶ୍ୱନାଥ ପଟ୍ଟନାୟକ ଓ ତାଲଚେର ରାଜା କିଶୋର ଚନ୍ଦ୍ର ହରିଚନ୍ଦନ ଯୋଗ ଦେଇଥିଲେ।
(ଛ) ପ୍ରଥମ ଅଧିବେଶନରେ ଓଡ଼ିଆ କଳା ଓ ସାହିତ୍ୟର ଉନ୍ନତି ସମ୍ପର୍କିତ ପ୍ରସ୍ତାବ ଗୃହୀତ ହୋଇ ରିସ୍ଲେ ସର୍କୁଲାର ଦ୍ୱାରା ଅନୁମୋଦିତ ହୋଇଥିଲା।
(ଜ) ଅଷ୍ଟମ ଅଧିବେଶନ ୧୯୧୨ରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା; ଏଥିରେ ମଧୁସୂଦନ ବିହାର-ଓଡ଼ିଶା ପ୍ରଦେଶ ଗଠନ ନିଷ୍ପତ୍ତିକୁ ବିରୋଧ କରିଥିଲେ।
(ଝ) ଦଶମ ଅଧିବେଶନ ୧୯୧୪ ଡିସେମ୍ବର ୨୬-୨୭ରେ ପାରଲାଖେମୁଣ୍ଡିଠାରେ ଅନୁଷ୍ଠିତ ହୋଇଥିଲା।
(ଞ) ୧୯୧୨ର ଅଷ୍ଟମ ଅଧିବେଶନ ବ୍ରହ୍ମପୁରଠାରେ ମଧୁସୂଦନ ଦାସଙ୍କ ପ୍ରମୁଖ ଭୂମିକାରେ ଅନୁଷ୍ଠିତ ହୋଇଥିଲା।
8ଗୋଟିଏ ବାକ୍ୟରେ ଉତ୍ତର। (କ-ଞ)
(କ) ସାର୍ ସୁରେନ୍ଦ୍ର ନାଥ ବାନାର୍ଜୀଙ୍କ ନେତୃତ୍ୱରେ 'ବଙ୍ଗ ଜାତୀୟ ସଭା' ଗଠିତ ହୋଇଥିଲା।
(ଖ) ଗଞ୍ଜାମ ଜାତୀୟ ସମିତିର ଉଦ୍ଦେଶ୍ୟ ଥିଲା ଗଞ୍ଜାମ ଓ ଅନ୍ୟାନ୍ୟ ଦକ୍ଷିଣ ଓଡ଼ିଆ ଅଞ୍ଚଳକୁ ଓଡ଼ିଶା ସହ ଏକ ଶାସନାଧୀନ କରିବା।
(ଗ) ବୈକୁଣ୍ଠ ନାଥ ଦେ ବାଲେଶ୍ୱର ଅଞ୍ଚଳର ବ୍ୟକ୍ତି ଥିଲେ।
(ଘ) ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ୧୯୧୨ (ଏପ୍ରିଲ ୬-୭)ରେ ଅନୁଷ୍ଠିତ ହୋଇଥିଲା।
(ଙ) ଦଶମ ଅଧିବେଶନରେ ଜୟପୁର ମହାରାଜା ବିକ୍ରମ ଦେବ ବର୍ମା ଅଧ୍ୟକ୍ଷତା କରିଥିଲେ।
(ଚ) ୧୯୨୦ରେ ଉତ୍କଳ ସମ୍ମିଳନୀର ଅଧିବେଶନ ଚକ୍ରଧରପୁର (ସିଂହଭୂମି)ଠାରେ ଅନୁଷ୍ଠିତ ହୋଇଥିଲା।
(ଛ) ୧୯୨୪ରେ ଉତ୍କଳ ସମ୍ମିଳନୀକୁ ପୁନର୍ବାର ସଂଗଠିତ କରାଯାଇଥିଲା।
(ଜ) ମଧୁସୂଦନ ୧୯୩୪ (ଫେବ୍ରୁଆରୀ ୪)ରେ ପ୍ରାଣତ୍ୟାଗ କରିଥିଲେ।
(ଝ) ୧୯୩୫ ଫେବ୍ରୁଆରୀ ୧୧ରେ କଟକଠାରେ ଉତ୍କଳ ସମ୍ମିଳନୀର ଶେଷ ବୈଠକ ବସିଥିଲା।
(ଞ) ୧୯୩୬ ଏପ୍ରିଲ ୧ରୁ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେଲା।