1(କ) ଖିଲାଫତ୍ ଆନ୍ଦୋଳନ କାହିଁକି ହୋଇଥିଲା ଏବଂ କମିଟିରେ କେଉଁମାନେ ସଦସ୍ୟ ଥିଲେ?
ପ୍ରଥମ ବିଶ୍ୱଯୁଦ୍ଧରେ ତୁର୍କୀ ମିତ୍ରଶକ୍ତି ବିରୋଧରେ ଲଢ଼ିଥିଲା; ପରାଜୟ ପରେ ସେଭର୍ସ ସନ୍ଧି ଦ୍ୱାରା ତୁର୍କୀ ସୁଲତାନ (ମୁସଲମାନଙ୍କ ଖଲିଫା)ଙ୍କ ଅନେକ ଅଞ୍ଚଳ କାଢ଼ି ନିଆଗଲା। ଏହା ବିରୋଧରେ ମୁସଲମାନମାନେ ଖିଲାଫତ୍ ଆନ୍ଦୋଳନ ଆରମ୍ଭ କଲେ।
ଖିଲାଫତ୍ କମିଟିରେ ଆଲି ଭ୍ରାତା (ଶୌକତ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀ), ମୌଲାନା ଆବୁଲ କାଲାମ ଆଜାଦ, ହକିମ ଅଜମଲ ଖାଁ ଓ ହସରତ ମୋହାନୀ ସଦସ୍ୟ ଥିଲେ।
2(ଖ) ଖିଲାଫତ୍ ଆନ୍ଦୋଳନରେ ଗାନ୍ଧୀଙ୍କ ଭୂମିକା ଆଲୋଚନା କର।
ଗାନ୍ଧିଜୀ ହିନ୍ଦୁ ଓ ମୁସଲମାନଙ୍କ ଏକତା ତଥା ଜାତୀୟ ଆନ୍ଦୋଳନର ଭିତ୍ତିଭୂମି ଦୃଢ଼ କରିବା ପାଇଁ ଖିଲାଫତ୍ ଆନ୍ଦୋଳନକୁ ସମର୍ଥନ କଲେ। ୧୯୧୯ ନଭେମ୍ବରରେ ସେ ନିଖିଳ ଭାରତ ଖିଲାଫତ୍ ସମ୍ମିଳନୀର ସଭାପତି ନିର୍ବାଚିତ ହେଲେ ଏବଂ ଏହାକୁ ଅସହଯୋଗ ଆନ୍ଦୋଳନ ସହ ଯୋଡ଼ି ଏକ ବିଶାଳ ଗଣ ଆନ୍ଦୋଳନରେ ପରିଣତ କଲେ।
3(ଗ) ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ'ଣ ଥିଲା?
ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ:
• ବିଦେଶୀ ଦ୍ରବ୍ୟ, ସରକାରୀ ସ୍କୁଲ-କଲେଜ, ଅଦାଲତ ଓ ନିର୍ବାଚନ ବର୍ଜନ।
• ସରକାରୀ ଉପାଧି ତ୍ୟାଗ।
• ଖଦୀ ବ୍ୟବହାର ଓ ଚରଖା ପ୍ରଚଳନ (ସ୍ୱଦେଶୀ)।
• ଜାତୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା।
• ହିନ୍ଦୁ-ମୁସଲମାନ ଏକତା।
• ଅସ୍ପୃଶ୍ୟତା ନିରାକରଣ ଓ ନିଶା ନିବାରଣ।
4(ଘ) ଅସହଯୋଗ ଆନ୍ଦୋଳନର ଫଳାଫଳ କ'ଣ ହେଲା?
୧୯୨୨ ଫେବ୍ରୁଆରୀରେ ଚୌରିଚୌରା ହିଂସାତ୍ମକ ଘଟଣା (ଜନତା ପୋଲିସ୍ ଷ୍ଟେସନରେ ନିଆଁ ଲଗାଇ ୨୨ ଜଣ ପୋଲିସକୁ ମାରିଦେଲେ) ପରେ ଅହିଂସା ଭଙ୍ଗ ହେବାରୁ ଗାନ୍ଧିଜୀ ଆନ୍ଦୋଳନ ସ୍ଥଗିତ କଲେ। ୧୯୨୨ ମାର୍ଚ୍ଚ ୧୦ରେ ଗାନ୍ଧିଜୀ ଗିରଫ ହୋଇ ୬ ବର୍ଷ ଜେଲ ଦଣ୍ଡ ପାଇଲେ। ତଥାପି ଏହା ପ୍ରଥମ ଥର ପାଇଁ ଏକ ବିଶାଳ ଗଣ ଆନ୍ଦୋଳନରେ ପରିଣତ ହୋଇ ଭବିଷ୍ୟତ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରଣା ଦେଲା।
5(ଙ) ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନର ବିବରଣୀ ଦିଅ।
ଗାନ୍ଧିଜୀ ୧୯୨୧ରେ ଓଡ଼ିଶା ଆସିଥିଲେ। ୧୯୨୧ ମାର୍ଚ୍ଚ ୨୩ରେ ସେ କଟକରେ ଏକ ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଲେ। ରମାଦେବୀଙ୍କ ସମେତ ଅନେକ ନାରୀ ନିଜ ଅଳଙ୍କାର 'ତିଲକ ସ୍ୱରାଜ ପାଣ୍ଠି'କୁ ଦାନ କଲେ। ସେ ପୁରୀ ଓ ବ୍ରହ୍ମପୁରରେ ମଧ୍ୟ ଉଦ୍ବୋଧନ ଦେଇ ଖଦୀ ବ୍ୟବହାର, ଚରଖା ପ୍ରଚଳନ ଓ ସ୍ୱଦେଶୀ ଉପରେ ଗୁରୁତ୍ୱ ଦେଲେ। ତାଙ୍କ ଆଗମନ ଓଡ଼ିଶାରେ ଆନ୍ଦୋଳନର ଗତିକୁ ଦ୍ରୁତତର କଲା।
6ସଂକ୍ଷିପ୍ତ ଉତ୍ତର। (କ) ଅସହଯୋଗ ଆରମ୍ଭ (ଖ) ଆନ୍ଦୋଳନରେ ସହାୟକ ଘଟଣା (ଗ) ହଣ୍ଟର କମିଟି (ଘ) NCM ପ୍ରସ୍ତାବ ଗୃହୀତ (ଙ) ତିଲକ ସ୍ୱରାଜ ପାଣ୍ଠି
(କ) ଅସହଯୋଗ ଆନ୍ଦୋଳନ ୧୯୨୦ ଅଗଷ୍ଟ ୧ରେ ଆରମ୍ଭ ହେଲା (ସେହିଦିନ ତିଲକଙ୍କ ଦେହାନ୍ତ ହୋଇଥିଲା)। ଏହା ଇଂରେଜ ସହ ସବୁ ପ୍ରକାର ସହଯୋଗ ଛିନ୍ନ କରି ଅହିଂସ ଉପାୟରେ ପ୍ରତିବାଦ।
(ଖ) ରାଓଲାଟ ଆଇନ, ଜାଲିଆନ୍ୱାଲାବାଗ୍ ହତ୍ୟାକାଣ୍ଡ, ହଣ୍ଟର କମିଟିର ପକ୍ଷପାତୀ ରିପୋର୍ଟ ଓ ତୁର୍କୀ ପ୍ରତି ଅନ୍ୟାୟ (ଖିଲାଫତ୍) — ଏହି ଘଟଣା NCMକୁ ସାକାର କରିବାରେ ସହାୟକ ହେଲା।
(ଗ) ହଣ୍ଟର କମିଟି ୧୯୧୯ ଅକ୍ଟୋବର ୧୪ରେ ଜାଲିଆନ୍ୱାଲାବାଗ୍ ତଦନ୍ତ ପାଇଁ ଗଠିତ ହେଲା; ମାତ୍ର ଏହା ଡାୟାରଙ୍କ କାର୍ଯ୍ୟକୁ ଅନୁମୋଦନ କରି ଏକ ଧୁଆଁବାଣ ହେଲା।
(ଘ) NCM ପ୍ରସ୍ତାବ କଲିକତା ସ୍ୱତନ୍ତ୍ର ଅଧିବେଶନ (ସେପ୍ଟେମ୍ବର ୧୯୨୦)ରେ ଗୃହୀତ ଓ ନାଗପୁର ଅଧିବେଶନ (ଡିସେମ୍ବର ୧୯୨୦)ରେ ଅନୁମୋଦିତ ହେଲା।
(ଙ) ତିଲକ ସ୍ୱରାଜ ପାଣ୍ଠି — ତିଲକଙ୍କ ସ୍ମୃତିରେ ଜାତୀୟ ଆନ୍ଦୋଳନ ପାଇଁ ଅର୍ଥ ସଂଗ୍ରହ କରିବାକୁ ଗଠିତ ପାଣ୍ଠି।
7(ଚ) ୧୯୨୨ ଫେବ୍ରୁଆରୀ ୧ରେ ଚେତାବନୀ (ଛ) ଆନ୍ଦୋଳନ ସ୍ଥଗିତ (ଜ) ନାଗପୁର ଅଧିବେଶନ ଓ ଓଡ଼ିଆ ପ୍ରତିନିଧି (ଝ) ସତ୍ୟବାଦୀ ବନବିଦ୍ୟାଳୟ (ଟ) ସମ୍ବଲପୁର ମିଶ୍ର ପ୍ରେସ୍ ଜୋରିମାନା
(ଚ) ୧୯୨୨ ଫେବ୍ରୁଆରୀ ୧ରେ ଗାନ୍ଧିଜୀ ଇଂରେଜ ସରକାରଙ୍କୁ ଚେତାବନୀ ଦେଲେ ଯେ ଦାବି ପୂରଣ ନ ହେଲେ ସେ ଗଣ ଆଇନ ଅମାନ୍ୟ ଆରମ୍ଭ କରିବେ।
(ଛ) ଚୌରିଚୌରା ହିଂସାତ୍ମକ ଘଟଣା (ଅହିଂସା ଭଙ୍ଗ) ପାଇଁ ଗାନ୍ଧିଜୀ ଆନ୍ଦୋଳନ ସ୍ଥଗିତ ରଖିଲେ।
(ଜ) ନାଗପୁର କଂଗ୍ରେସ ଅଧିବେଶନ ଡିସେମ୍ବର ୧୯୨୦ରେ ଅନୁଷ୍ଠିତ ହେଲା; ଏଥିରେ ଓଡ଼ିଶାରୁ ୩୫ ଜଣ ପ୍ରତିନିଧି ଯୋଗ ଦେଇଥିଲେ।
(ଝ) ଛାତ୍ରମାନଙ୍କୁ ଜାତୀୟତାବାଦୀ ଶିକ୍ଷା ଦେବା ପାଇଁ ଗୋପବନ୍ଧୁ ଦାସ ସାଖିଗୋପାଳଠାରେ ୧୯୧୯ରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।
(ଟ) 'ସ୍ୱରାଜ ସଙ୍ଗୀତ' ପ୍ରଚାର ପତ୍ର ଛାପିଥିବାରୁ ସମ୍ବଲପୁର ମିଶ୍ର ପ୍ରେସ୍କୁ ୨୫ ଟଙ୍କା ଜୋରିମାନା କରାଯାଇଥିଲା।
8ଗୋଟିଏ ବାକ୍ୟରେ ଉତ୍ତର। (କ-ଞ)
(କ) ୧୯୧୯ ନଭେମ୍ବରରେ ଗାନ୍ଧିଜୀ ନିଖିଳ ଭାରତ ଖିଲାଫତ୍ ସମ୍ମିଳନୀର ସଭାପତି ନିର୍ବାଚିତ ହୋଇଥିଲେ।
(ଖ) ୧୯୧୯ ଡିସେମ୍ବର ୨୩ରୁ ଭାରତ ଶାସନ ଆଇନ ୧୯୧୯ ପ୍ରଚଳିତ ହେଲା।
(ଗ) ଅସହଯୋଗ ସମୟରେ ୟୁବରାଜ (Prince of Wales)ଙ୍କ ପରିଦର୍ଶନ ସତ୍ୟାଗ୍ରହୀମାନେ ବର୍ଜନ କରିଥିଲେ।
(ଘ) ନାଗପୁର ଅଧିବେଶନ (ଡିସେମ୍ବର ୧୯୨୦)ରେ ଅସହଯୋଗ ଆନ୍ଦୋଳନ ଚାଲୁ ରଖିବା ନିଷ୍ପତ୍ତି ନିଆଗଲା।
(ଚ) ଗାନ୍ଧିଜୀ ୧୯୨୧ ମାର୍ଚ୍ଚ ୨୩ରେ କଟକରେ ଜନସମାବେଶକୁ ଉଦ୍ବୋଧନ ଦେଇଥିଲେ।
(ଛ) ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପ୍ରେରଣାରେ ସମ୍ବଲପୁର ଜିଲ୍ଲା ସ୍କୁଲ ଛାତ୍ରମାନେ ଆନ୍ଦୋଳନରେ ଯୋଗ ଦେଇଥିଲେ।
(ଛ) 'ଅଲକା ଆଶ୍ରମ' ଜଗତସିଂହପୁରଠାରେ ପ୍ରତିଷ୍ଠିତ ହୋଇଥିଲା।
(ଜ) 'ସମାଜ'ରେ ପ୍ରକାଶିତ 'ସତ୍ୟ ହେଲେ ସାଙ୍ଘାତିକ' ଲେଖା ପାଇଁ ଗୋପବନ୍ଧୁଙ୍କୁ ଜେଲ ଦଣ୍ଡ ହୋଇଥିଲା।
(ଝ) କନିକା ପ୍ରଜା ଆନ୍ଦୋଳନ ସମୟରେ କନିକାର ରାଜା ଥିଲେ ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ।
(ଞ) 'ସମାଜ' ଓ 'ଉତ୍କଳ ଦୀପିକା' ସମ୍ବାଦପତ୍ର ମାଧ୍ୟମରେ କନିକା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା।